Debika arundhati samal biography


ଦେବୀକା ଅରୁନ୍ଧତୀ ସାମଲ
ଜନ୍ମ ଓ ଜନ୍ମସ୍ଥାନଦେବୀକା ଅରୁନ୍ଧତୀ ସାମଲ
କଟକ, ଓଡ଼ିଶା, ଭାରତ
ଜୀବିକାଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୪ରୁ-ଏବେଯାଏଁ
ବାପା ମାହିମାଂଶୁ ସାମଲ(ବାପା)
ତିଳୋତ୍ତମା ଖୁଣ୍ଟିଆ(ମାଆ)

ଦେବୀକା ଅରୁନ୍ଧତୀ ସାମଲ (Devika Arundhati Samal) ଜଣେ ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ । ସେ ଜଣେ ଶିଶୁ କଳାକାର ଭାବରେ ଡିଡି ଓଡ଼ିଆରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ୨୦୧୪ ଜି କଳିଙ୍ଗ ସେ ୧୭ ବର୍ଷ ବୟସରେ ହର ପଟ୍ଟନାୟକଙ୍କ ପତ୍ନୀ ରୂପରେ ମୋ ଜେଜେମା ଧାରାବାହିକରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଦେବୀକା କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ହିମାଂଶୁ ସାମଲ ହେଉଛନ୍ତି ଜଣେ ଧାରାବାହିକ ନିର୍ଦ୍ଦେଶକ ଏବଂ ମାଆ ତିଳୋତ୍ତମା ଖୁଣ୍ଟିଆ ଜଣେ ଧାରାବାହିକ ଅଭିନେତ୍ରୀ । ସେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ପଢ଼ୁଥିଲେ ।

ଅଭିନୟ ଜୀବନ

ଦେବୀକାଙ୍କ ବାପା ଜଣେ ଧାରାବାହିକ ନିର୍ଦ୍ଦେଶକ ଏବଂ ତାଙ୍କର ମାଆ ଜଣେ ଧାରାବାହିକ ଅଭିନେତ୍ରୀ । ଦେବୀକା ଶିଶୁ କଳାକାର ଭାବରେ ଡିଡି ଓଡ଼ିଆରେ ପ୍ରସାରତି ଧାରାବାହିକ କଳିଯୁଗରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଏହି ଧାରାବାହିକଟିର ନିର୍ଦ୍ଦେଶନା ଦେଇଥିଲେ ତାଙ୍କ ବାପା ହିମାଂଶୁ ସାମଲ । ଏହି ଧାରାବାହିକରେ ସେ ଅଭିନେତା ଶ୍ରୀଜିତ୍‌ ଶତପଥୀ ଓ ସୁଇଟିଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ ।

ତାଙ୍କୁ ଯେବେ ୧୭ ବର୍ଷ ବୟସ ହୋଇଥିଲା, ସେ ସେତେବେଳେ ଜି କଳିଙ୍ଗରେ ପ୍ରସାରିତ ଧାରାବାହିକ ମୋ ଜେଜେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେହି ଧାରାବାହିକରେ ସେ ହର ପଟ୍ଟନାୟକଙ୍କର ପତ୍ନୀ ରୂପରେ ସମସ୍ତଙ୍କର ଜେଜେମା ରୂପରେ ଅଭିନୟ କରିଥିଲେ । ଏହି ଧାରାବାହିକଟି କିଛିଦିନ ଜି କଳିଙ୍ଗରେ ଚାଲି ବନ୍ଦ ହୋଇଯାଇଥିଲା ।

ଏହା ପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ନେଇ ଯା'ରେ ମେଘ ମୋତେରେ ମୁଖ୍ୟ ଚରିତ୍ର ସନ୍ଧ୍ୟା ଭୂମିକାରେ ଅଭିନୟ କରିଥିଲେ । ସୋମ‌ବାରରୁ ଶନିବାର ଯାଏଁ ପ୍ରତିଦିନ ଏହି ଧାରାବାହିକଟି ସଞ୍ଜ ସାତରେ ପ୍ରସାରିତ ହେଉଥିଲା । ଏହି ଧାରାବାହିକଟି ୨୦୧୬ ମସିହାରେ ସମାପ୍ତ ହୋଇଥିଲା ।

ନେଇ ଯା'ରେ ମେଘ ମୋତେ ଧାରାବାହିକଟି ସମାପ୍ତ ହେବାପରେ, ଜି କଳିଙ୍ଗରେ ପ୍ରସାରିତ ହେଉଥିବା ଧାରାବାହିକ ମୋ ଜେଜେମା ୨୦୧୬ ମସିହାରେ ପୁଣିଥରେ ସାର୍ଥକ ଟିଭିରେ ପ୍ରସାରିତ ହୋଇଥିଲା । ପୂର୍ବରୁ ଯେତିକି ଯାଏଁ ହୋଇଥିଲା ସେତିକି ସରିବା ପରେ ପୁଣିଥରେ ସେହି କାହାଣୀକୁ ଆଗକୁ ବଢ଼ାଯାଇଥିଲା । ହର ପଟ୍ଟନାୟକଙ୍କ ମୃତ୍ୟୁ ହୋଇଯାଇଥିବାରୁ କାହାଣୀରେ ମଧ୍ୟ ତାଙ୍କର ମୃତ୍ୟୁ କଥା ରହିଛି ଏବଂ ଦେବିକା ଛଦ୍ମ ବେଶରେ ମନି ସିଂ ଭାବରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ସାର୍ଥକ ଟିଭିରେ ଏବେ ସୋମ‌ବାରରୁ ଶୁକ୍ରବାର ଯାଏଁ ସଞ୍ଜ ୬ଟା ୩୦ ମିନିଟ୍‌ରେ ପ୍ରସାରିତ ହେଉଛି ।

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ନେଇ ଯାଆରେ ମେଘ ମୋତେତରଙ୍ଗ ଟିଭିସନ୍ଧ୍ୟା
ମୋ ଜେଜେମାଜି କଳିଙ୍ଗ/ସାର୍ଥକ ଟିଭିଜେଜେମା/ମିଲି

ପାଇଥିବା ପୁରସ୍କାର

  • ଚଳଚ୍ଚିତ୍ର ଜଗତ
  • ସିନେମା ସଂସାର
  • ଓଲିଉଡ୍ ସ୍କ୍ରିନ୍ ଆୱାର୍ଡ଼୍
  • ତରଙ୍ଗ ପରିବାର ଆୱାର୍ଡ଼୍
  • ଜୀ ସାର୍ଥକ ସଂସାର ଆୱାର୍ଡ଼୍
  • ସୋ ଟାଇମ୍ ଆୱାର୍ଡ଼
  • ଓଡ଼ିଶା ଅଇଡୋଲ୍ ଆୱାର୍ଡ଼

ଆଧାର